ସେନା ଦିବସରେ ବୀର ଯବାନଙ୍କୁ ସଲାମ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଆଜି ଭାରତୀୟ ସେନା ଦିବସ । ଏହି ଅବସରରେ ଦେଶ ପାଇଁ ବଳିଦାନ କରିଥିବା ଭାରତୀୟ ସେନାର ଯବାନ ଓ ସେମାନଙ୍କ ପରିବାରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତୀୟ ସେନା ଯବାନଙ୍କ ଅପରାଜେୟ ଇଚ୍ଛାଶକ୍ତି ଓ ନିଃସ୍ୱାର୍ଥପର ବଳିଦାନକୁ ସଲାମ କରିଛନ୍ତି ମୁଖ୍ୟମନ୍ତ୍ରୀ । ଦେଶର ସଂହତି ଓ ସାର୍ବଭୌମତ୍ୱ ନିଶ୍ଚିତ କରିବାକୁ ସବୁ ସ୍ୱାର୍ଥକୁ ବଳି ଦେଇ ଭାରତୀୟ ସେନାର ଯବାନମାନେ ନିଃସ୍ୱାର୍ଥପର ସେବା କରି ଚାଲିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.