ଆଜିଠାରୁ ଅଦିନିଆ ବର୍ଷାରୁ ମୁକ୍ତି, ପୁଣି ଫେରିବ ଶୀତ

ଭୁବନେଶ୍ୱର- ରାଜ୍ୟରେ ଗତ କିଛି ଦିନର ଅଦିନିଆ ବର୍ଷା ଆଜିଠାରୁ କମିବ । କିନ୍ତୁ ରାଜ୍ୟରେ ଶୀତ ପୁଣି ଆରମ୍ଭ ହୋଇଯିବ । ଆସନ୍ତାକାଲିଠାରୁ ରାଜ୍ୟରେ ଅନେକ ଅଂଚଳରେ ପାଗ ଶୁଖିଲା ରହିବ । ତାପମାତ୍ରା ୩ରୁ ୪ ଡିଗ୍ରୀ ଯାଏ ଖସିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଆଭ୍ୟନ୍ତରୀଣ ଓଡିଶାର ତାପମାତ୍ର ହ୍ରାସ ପାଇବ । ଶୀତ ଯୋଗୁଁ ରାଜ୍ୟରେ କୁହୁଡି ବି ଦେଖାଯିବ । ୧୭ ତାରିଖରେ ରାଜ୍ୟର କେତେକ ସ୍ଥାନରେ ଘନ କୁହୁଡି ଦେଖା ଯିବ । ଘନ କୁହୁଡି ନେଇ ୮ଟି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି ।

Comments are closed.