ଲକ୍ଷଣ ନ ଥିଲେ କୋଭିଡ ଟେଷ୍ଟ ନ କରିବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

ଭୁବନେଶ୍ୱର- କେନ୍ଦ୍ରର ନୂଆ କୋଭିଡ ଗାଇଡଲାଇନ ସଂପର୍କରେ ସୂଚନା ଦେଇଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଲକ୍ଷଣ ନ ଥିଲେ କୋଭିଡ ଟେଷ୍ଟ ନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିଲେ ମଧ୍ୟ ଲକ୍ଷଣ ନ ଥିଲେ ଟେଷ୍ଟିଂର ଦରକାର ନାହିଁ ବୋଲି ନିରଞ୍ଜନ କହିଛନ୍ତି । ରାଜ୍ୟରେ ଆଜି ସୁଦ୍ଧା ୬୧ ହଜାର ପଜିଟିଭ ଥିବା ବେଳେ ମାତ୍ର ୧୧୦୦ ଡାକ୍ତରଖାନାରେ ଅଛନ୍ତି ବୋଲି ସେ ସୂଚନା ଦେଇଛନ୍ତିା ୨୦ ପ୍ରତିଶତରୁ କମ୍ ଆକ୍ରାନ୍ତ ହିଁ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଆଇସିୟୁରେ ପ୍ରାୟ ୩୦୦ ଅଛନ୍ତି । ଲକ୍ଷଣ କମ୍ ଥିଲେ ବି ବୃଦ୍ଧବ୍ୟକ୍ତିମାନେ ଆଇସୋଲେସନରେ ରହିବା ଭଲ ବୋଲି ନିରଞ୍ଜନ ମିଶ୍ର କହିଛନ୍ତି ।

Comments are closed.