ଆସନ୍ତା ୧୭ରୁ ବନ୍ଦ ହେବ ଭୁବନେଶ୍ୱର ଏମ୍‌ସର ଓପିଡି

ଭୁବନେଶ୍ୱର – ଭୁବନେଶ୍ୱର ଏମସର ଓପିଡି ଆସନ୍ତା ୧୭ ତାରିଖରୁ ବନ୍ଦ ହେବ । ଏ ନେଇ ଏମସ୍ ପକ୍ଷରୁ ସୂଚନା ଦିଆଯାଇଛି । ଏମ୍ସର କିଛି ଅଧିକାରୀ ଓ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହେଲା ପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଏଭଳି ପଦକ୍ଷେପ ନିଆଯାଇଛି । ତେବେ, ଓପିଡି ବନ୍ଦ ହେଲେ ମଧ୍ୟ କିଛି ଜରୁରୀକାଳିନ ସେବା ଉପଲବ୍ଧ ହେବ ।

Comments are closed.