ରାଜ୍ୟରେ ଆଉ ୩୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର –ରାଜ୍ୟରେ ଆଉ ୩୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୦୨କୁ ବୃଦ୍ଧି ପାଇଛି । ନୂଆ ଓମିକ୍ରନ ଆକ୍ରାନ୍ତଙ୍କ ସଂପର୍କରେ ଆଇଏଲଏସ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇ ଦେଇଛି । ରାଜ୍ୟରେ ଡିସେମ୍ବର ୨୧ ତାରିଖରେ ପ୍ରଥମେ ଦୁଇ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହା ପରେ ଡିସେମ୍ବର ୨୩ ତାରିଖରେ ମଧ୍ୟ ଆଉ ଦୁଇ ଆକ୍ରାନ୍ତ ଟିହ୍ନଟ ହୋଇଥିଲେ । ଏବର୍ଷ ଜାନୁଆରୀ ୨ତାରିଖରେ ୨୩, ୫ ତାରିଖରେ ୨୪, ଜାନୁଆରୀ ୧୦ରେ ୨୮ ଓ ୧୨ ତାରିଖରେ ସର୍ବାଧିକ ୬୭ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

Comments are closed.