୪୫ ଲକ୍ଷର ବାଣ ନଷ୍ଟ କରାଗଲା

ବ୍ରହ୍ମପୁର: ଦୀପାବଳି ସମୟରେ ଜବତ ହୋଇଥିଲା ୪୫ ଲକ୍ଷ ଟଙ୍କାର ବାଣ। ଏସବୁ ବେଆଇନ ଭାବେ ଗଚ୍ଛିତ ରଖାଯାଇ ଥିଲା କିମ୍ବା ଲୁଚାଛପାରେ ବିକ୍ରି ପାଇଁ ଉଦ୍ଦିଷ୍ଟ ଥିଲା ଯାହାକୁ ଉଚିତ ସମୟରେ ଧରପଗଡ଼ କରିଥିଲା ପୋଲିସ। ଉକ୍ତ ଜବତ ବାଣକୁ ପ୍ରଶାସନ ନିର୍ଦ୍ଦେଶ କ୍ରମେ ଆଜି ପୋଲିସ ସୁରକ୍ଷିତ ଉପାୟରେ ନଷ୍ଟ କରିଦେଇଛି। ଦୁଇ ଜଣ ବିସ୍ପୋରକ ବିଶେଷଜ୍ଞଙ୍କ ଉପସ୍ଥିତିରେ ସୁକୁଣ୍ଡା ନିକଟ ଏକ ଖାଲି ଜାଗାରେ ସମସ୍ତ ବାଣ ତଥା ବିସ୍ଫୋରକକୁ ନଷ୍ଟ କରିଦିଆଯାଇଛି।

ବ୍ରହ୍ମପୁର ନୀଳକଣ୍ଠନଗର – ଅନ୍ଧପସରା ରାସ୍ତାର ରୟାଲ କଲେଜ ନିକଟ ଏକ ପରିତ୍ୟକ୍ତ ଘର ଯେଉଁଠାରେ ଏକ ବାଣ ଦୋକାନ ଗୋଦାମ ଥିଲା ସେଠାରୁ ୪.୧୧.୨୦୨୧ରେ ବ୍ରହ୍ମପୁର ତହସିଲଦାର ଓ ଗୋସାଇଁନୂଆଗାଁ ଥାନା ବିପୁଳ ପରିମାଣର ବାଣ ପୋଲିସ ଜବତ କରିଥିଲା। ବିଭିନ୍ନ ଦାମୀ କମ୍ପାନୀର ବାଣ ଗଚ୍ଛିତ ରଖାଯାଇଥିବା ଗୋଦାମକୁ ସିଲ୍ ମଧ୍ୟ କରାଯାଇଥିଲା। ଥାନାରେ ଏକ କେସ ହୋଇ କୋର୍ଟରେ ବିଚାରଣା ଚାଲିଥିଲା। ବିଚାରପତିଙ୍କ ରାୟ କ୍ରମେ ଗତକାଲି ଓ ଆଜି ଗୋସାଇଁନୂଆଗାଁ ଥାନା ଅଆଇଆଇସି ସୁମିତ ସୋରେନଙ୍କ ତତ୍ତ୍ଵାବଧାନରେ ଏହି ପ୍ରକ୍ରିୟା ସମ୍ପନ୍ନ କରାଯାଇଛି।

Comments are closed.