ରାଜ୍ୟ ସରକାରଙ୍କ କୋରୋନା ପ୍ରେସମିଟ୍ : ତୃତୀୟ ଲହରରେ ସଂକ୍ରମିତଙ୍କଠାରେ ସାମାନ୍ୟ ଲକ୍ଷଣ, ମାତ୍ର ୨ -୩ ଦିନ ରହୁଛି

ଭୁବନେଶ୍ୱର- ଆଜିଠାରୁ ରାଜ୍ୟ ସରକାରଙ୍କ କୋରୋନା ସଂପର୍କିତ ପ୍ରେସମିଟ୍ ଆରମ୍ଭ ହୋଇଛି । ତୃତୀୟ ଲହରରେ ଗୃହ ପୃଥକବାସର ଗୁରୁତ୍ୱ ବହୁ ଅଧିକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ଏବେ ୭ ଦିନ ହୋମ୍ ଆଇସୋଲେସନରେ ରହିବେ ରୋଗୀ । ତିନି ଦିନ ଲଗାତର ଜ୍ୱର ନ ଆସିଲେ ୭ ଦିନ ଆଇସୋଲେସନରେ ରହିବେ । କୋରୋନାର ତୃତୀୟ ଲହରରେ ସଂକ୍ରମିତଙ୍କଠାରେ ୨ରୁ ୩ ଦିନ ଲକ୍ଷଣ ରହୁଛି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ।

ଟିକା ନେଇଥିଲେ ବି ବେପରୁଆ ନ ହେବା ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର ପଣ୍ଡା । କୋଭିଡ ପଜିଟିଭ ଥିଲେ ୩ ମାସପରେ କୋଭିଡ ପ୍ରିକସନ ଡୋଜ୍ ନେଇ ହେବ । ଦ୍ୱିତୀୟ ଡୋଜ୍ ନେବାର ୯ ମାସ ପରେ ପ୍ରିକସନ ଡୋଜ୍ ନେବାକୁ ସେ ପରାମର୍ଶ ଦେଇଛନ୍ତି । ଲକ୍ଷଣ ଥିବା ପ୍ରତ୍ୟେକ ବ୍ୟକ୍ତି କୋରୋନା ଟେଷ୍ଟ କରିବା ଦରକାର । ସାଧାରଣ ଥଣ୍ଡା ଓ କୋଭିଡ ମଧ୍ୟରେ ଫରକ ଜାଣିବା କଷ୍ଟକର ବୋଲି ସେ କହିଛନ୍ତି । ତୃତୀୟ ଲହରରେ ହସପିଟାଲରେ ଭର୍ତ୍ତି ହେବା ସଂଖ୍ୟା ବହୁତ କମ୍ ରହିଛି ବୋଲି ଡାକ୍ତର ପଣ୍ଡା କହିଛନ୍ତି ।

Comments are closed.