ଏଥରର ପଂଚାୟତ ନିର୍ବାଚନ ସଂପୂର୍ଣ୍ଣ ଅଲଗା ଓ ଆହ୍ୱାନପୂର୍ଣ୍ଣ : ଡିଜିପି ବଂସଲ

ଭୁବନେଶ୍ୱର – ଏଥରର ପଂଚାୟତ ନିର୍ବାଚନ ସଂପୂର୍ଣ୍ଣ ଅଲଗା । ଏହା କହିଛନ୍ତି ପୋଲିସ ଡିଜି ସୁନୀଲ ବଂସଲ । କୋଭିଡ ଗାଇଡଲାଇନ ମଧ୍ୟରେ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ କରିବା ଏକ ଚ୍ୟାଲେଞ୍ଜିଂ ଟାସ୍କ ବୋଲି କହିଛନ୍ତି ଡିଜିପି ବଂସଲ । ଆଜି ରାଜ୍ୟ ନିର୍ବାଚନ କମିଶନରଙ୍କ ସହ ବୈଠକ ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଡିଜିପି । ସେ କହିଛନ୍ତି ଯେ, ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା ହୋଇଛି । ପ୍ରତି ଜିଲ୍ଲାରେ ନୋଡାଲ୍ ଅଫିସର ନିଯୁକ୍ତ ହେବେ, ଯେଉଁମାନେ କି କୋଭିଡ ଗାଇଡଲାଇନ ତଦାରଖ କରିବେ ।

ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ଓଡିଶା ପୋଲିସର ମଧ୍ୟ ଯୋଗଦାନ ରହିବ । ବିଧାନସଭା ନିର୍ବାଚନ ବେଳେ ରାଜ୍ୟରେ ପଂଚାୟତ ନିର୍ବାଚନ ହେଉଛି । କିନ୍ତୁ କେତେ ଫୋର୍ସ ନିୟୋଜିତ କରାଯିବ, ସେ ନେଇ କେନ୍ଦ୍ରୀୟ ସୁରକ୍ଷା ଏଜେନସୀ ସହ ଆଲୋଚନା କରାଯିବ ବୋଲି ଡିିଜିପି ବଂସଲ କହିଛନ୍ତି ।

Comments are closed.