ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ଦେଶର ଶ୍ରେଷ୍ଠ ପୋଲିସ ଟ୍ରେନିଂ ସେଂଟର ଭାବେ ପୁରସ୍କୃତ

କଟକ – ଓଡିଶା ପୋଲିସ ପାଇଁ ଏକ ସମ୍ମାନଜନକ ଖବର । ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ଦେଶର ଶ୍ରେଷ୍ଠ ପୋଲିସ ଟ୍ରେନିଂ ସେଂଟର ବିବେଚିତ ହୋଇଛି । ୨୦୨୦-୨୧ ବର୍ଷ ପାଇଁ ଗେଜେଟେଡ୍ ଅଫିସର୍ସ (ଜିଓ) ବର୍ଗରେ ଶ୍ରେଷ୍ଠ ପୋଲିସ ଏକାଡେମୀ ଭାବେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ୱାରା ପୁରସ୍କୃତ ହୋଇଛି ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ । ପୁରସ୍କାର ପାଇଁ ଟ୍ରେନିଂ ସେଂଟରକୁ ୨୦ ଲକ୍ଷ ଟଙ୍କା ଦିଆଯିବ । ପୁରସ୍କାର ଏକ ଗର୍ବର ବିଷୟ ବୋଲି ଓଡିଶା ପୋଲିସ ପକ୍ଷରୁ ଟ୍ୱିଟ୍ କରାଯାଇଛି ।

Comments are closed.