ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୧୧ ହଜାର ଟପିଲା

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୧୧ ହଜାର ପାର୍ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧ ହଜାର ୧୭୭ ଆକ୍ରାନ୍ତ । ସଙ୍ଗରୋଧରୁ ୬ ହଜାର ୪୭୯ ଓ ସ୍ଥାନୀୟ ଅଂଚଳରୁ ୪ ହଜାର ୬୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧ ହଜାର ୧୬ ଜଣ ହେଉଛନ୍ତି ଶିଶୁ ଓ କିଶୋର ।

ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୩ ହଜାର ୪୨୪ ଆକ୍ରାନ୍ତ । ସୁନ୍ଦରଗଡରୁ ୨ ହଜାର ୧୩୬, କଟକରୁ ୮୨୯ ଓ ସମ୍ବଲପୁରରୁ ୩୭୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲାରୁ ୩୪୨, ବଲାଙ୍ଗିରରୁ ୩୧୨, ମୟୂରଭଞ୍ଜରୁ ୨୭୬, ସୋନପୁରରୁ ୨୩୮, ଝାରସୁଗୁଡାରୁ ୧୯୩, ରାୟଗଡାରୁ ୧୮୪, ଯାଜପୁରରୁ ୧୭୯, କଳାହାଣ୍ଡିରୁ ୧୭୩, ଜଗତସିଂହପୁରରୁ ୧୬୪, ନୟାଗଡରୁ ୧୫୯,ନବରଙ୍ଗପୁରରୁ ୧୫୫, କୋରାପୁଟରୁ ୧୫୨, ପୁରୀରୁ ୧୪୧, ଅନୁଗୁଳରୁ ୧୩୨, ବରଗଡରୁ ୧୨୩, ଗଞ୍ଜାମରୁ ୧୦୮, ଭଦ୍ରକରୁ ୯୨, ନୂଆପଡାରୁ ୭୯, ଗଜପତିରୁ ୭୩, ବୌଦ୍ଧରୁ ୭୧, କେନ୍ଦ୍ରାପଡାରୁ ୭୧, କେନ୍ଦୁଝରରୁ ୬୯, ଢେଙ୍କାନାଳରୁ ୬୫, ମାଲକାନଗିରିରୁ ୪୯, କନ୍ଧମାଳରୁ ୪୭, ଦେବଗଡରୁ ୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟ୍ ପୁଲରୁ ୭୩୭ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୩୩ ହଜାର ୯୧୨କୁ ବୃଦ୍ଧି ପାଇଛି । ଏଥିରୁ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୫୫ ହଦାର ୬୧୫ । ବର୍ତ୍ତମାନ ରାଜ୍ୟରେ ୬୯ ହଜାର ୭୬୩ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.