ଡିଜିପିଙ୍କ ନୂଆପଡା ଜିଲ୍ଲା ଗସ୍ତ, ମାଓ ମୁକାବିଲା ଓ ପଂଚାୟତ ନିର୍ବାଚନ ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା

ନୂଆପଡା- ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ ନୂଆପଡା ଜିଲ୍ଲା ଗସ୍ତ କରିଛନ୍ତି । ନୂଆପଡାରେ ପହଂଚିଲା ପରେ ଡିଜିପି ବଂସଲ ଏସପି ଅଫିସରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ବୈଠକ କରିଛନ୍ତି । ମାଓ ମୁକାବିଲା ଓ ପଂଚାୟତ ନିର୍ବାଚନ ପ୍ରସ୍ତୁତି ଉପରେ ସେ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ବୈଠକରେ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଲଳିତ ଦାସ, ଆଇଜି ଅପରେସନ ଅମିତାଭ ଠାକୁର ଓ ଡିଆଇଜି ଅନିରୁଦ୍ଧ ସିଂହ ମଧ୍ୟ ଉପସ୍ଥିତ ଅଛନ୍ତି । ପରେ ଡିଜିପି ସିଲଧାଠାରେ ଥିବା ପୋଲିସ ରିଜର୍ଭ ପୋଲିସ ଅଫିସକୁ ଯାଇ ଯବାନମାନଙ୍କ ସହ ଆଲୋଚନା କରିଥିଲେ ।

Comments are closed.