ଡିଜିପିଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ, ଆଇନଶୃଙ୍ଖଳା ପରିସ୍ଥିତି ଓ ପଂଚାୟତ ନିର୍ବାଚନ ନେଇ ବୈଠକ

ଭବାନୀପାଟଣା – ଡିଜିପି ସୁନୀଲ ବଂସଲ ଦିନିକିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ଯାଇ ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବା ସହ ଆସନ୍ତା ପଂଚାୟତ ନିର୍ବାଚନର ସଫଳ ପରିଚାଳନା ସଂପର୍କରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏସପିଙ୍କ କାର୍ଯ୍ୟାଳୟରେ ହୋଇଥିବା ବୈଠକରେ ଡିଜିପିଙ୍କ ସହ ଆଇଜି ଅପରେସନ ଅମିତାଭ ଠାକୁର,ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଲଳିତ ଦାସଙ୍କ ସହ କଳାହାଣ୍ଡି ଓ ନୂଆପଡା ଏସପି ମଧ୍ୟ ଯୋଗ ଦେଇଥିଲେ । କଳାହାଣ୍ଡି ଜିଲ୍ଲା ମାଓ ପ୍ରବଣ ହୋଇଥିବାରୁ ନିର୍ବାଚନ କିଭଳି ସୂଚାରୁ ରୂପେ କରାଯିବ, ସେ ନେଇ ଡିଜିପି ଆଲୋଚନା କରିଥିଲେ । ପୂର୍ବରୁ ଡିଜିପି ବଂସଲ ନୂଆପଡା ଗସ୍ତ କରିଥିଲେ ।

Comments are closed.