ପଂଚାୟତ ନିର୍ବାଚନ ପାଇଁ ଆଜିଠାରୁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା

ଭୁବନେଶ୍ୱର- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଆଜିଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେଉଛି । ଆଜିଠୁ ୨୧ତାରିଖ ଯାଏଁ ଚାଲିବ ନାମାଙ୍କନ ଦାଖଲ ପ୍ରକ୍ରିୟା । ୮୫୩ ଜିଲ୍ଲା ପରିଷଦ ଆସନରେ ଦଳୀୟ ଚିହ୍ନରେ ନିର୍ବାଚନ ଲଢିବେ ପ୍ରାର୍ଥୀ । ତେବେ, ରାଜ୍ୟରେ ଦଳଗୁଡିକ ଏ ଯାଏଁ ପ୍ରାର୍ଥୀ ଚୟନ କରିପାରିନାହାନ୍ତି ।

ରାଜ୍ୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ୯୧ ହଜାର ୯୧୩ ୱାର୍ଡ ମେମ୍ବର, ୬ ହଜାର ୭୯୩ ସରପଂଚ,୬ ହଜାର ୭୯୪ ସମିତି ସଭ୍ୟ ଓ ୮୫୩ ଜିଲ୍ଲା ପରିଷଦ ପାଇଁ ନାମାଙ୍କନ ଦାଖଲ ଆଜିଠାରୁ ଆରମ୍ଭ ହେଉଛି । ଏହି ମାସ ୨୨ ତାରିଖ ନାମାଙ୍କନ ପତ୍ର ଯାଂଚ ହେବ । ୨୫ ତାରିଖ ଅପରାହ୍ନ ୩ଟା ଯାଏଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିହେବ । ସେହି ଦିନ ହିଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ।

Comments are closed.