ପଂଚାୟତ ନିର୍ବାଚନ : ଆଜି ପ୍ରାର୍ଥିପତ୍ର ଦାଖଲର ଦ୍ୱିତୀୟ ଦିନ, ୧୦ଟି ଜିଲ୍ଲାକୁ ପଠାଗଲା ବ୍ୟାଲଟ ପେପର

ଭୁବନେଶ୍ୱର- ପଂଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ହେଉଛି ଦ୍ୱିତୀୟ ଦିନ । ଗତକାଲି ପ୍ରଥମ ଦିନରେ ୮ ହଜାର ୭୭୨ ପ୍ରାର୍ଥୀ ନାମାଙ୍କନ ଭରିଥିଲେ । ପ୍ରାର୍ଥିପତ୍ର ଦାଖଲର ପ୍ରଥମ ଦିନରେ ଜିଲ୍ଲା ପରିଷଦ ପଦ ପାଇଁ ୨୨, ସମିତି ସଭ୍ୟ ପାଇଁ ୫୧୨ ଓ ସଂରପଂଚ ପାଇଁ ୧୧୨୨ ଓ ୱାର୍ଡ ମେମ୍ବର ପାଇଁ ୭ ହଜାର ୧୧୬ ଜଣ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ଆସନ୍ତା ୨୧ ତାରିଖରେ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ।

ଏଣେ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାକୁ ବ୍ୟାଲଟ ପେପର ପଠାଯାଇଛି । ଅକ୍ଷର ଅନୁସାରେ ଏହି ସବୁ ବାଲାଟ ପେପର ପଠାଯାଇଛି ।

Comments are closed.