ଓଡିଶାରେ ପହଂଚିଲା ଓମିସିୟର କିଟ୍‌, ଚାଲିଛି ଡ୍ରାଏ ରନ୍

ଭୁବନେଶ୍ୱର- ଓଡିଶାରେ ପହଂଚିଛି ଓମିସିୟର କିଟ୍ । କିଟ୍ ପହଂଚିବା ପରେ ଡ୍ରାଏ ରନ୍ ଚାଲିଛି । କିଟ୍ ଠିକ ଅଛି କି ନାହିଁ , ସେ ନେଇ ପରୀକ୍ଷା କରାଯାଉଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ଇଂଟରନାଲ ଷ୍ଟଡି ପାଇଁ ଏହି କିଟ୍ ବ୍ୟବହାର କରାଯିବ । ଯେଉଁ ଜିଲ୍ଲାରେ ଅଧିକ ସଂକ୍ରମିତ ବାହାରୁଛନ୍ତି, ସେସବୁ ଜିଲ୍ଲାକୁ ଓମିସିୟର କିଟ୍ ପଠାଯିବ । ଜିନୋମ ସ୍ୱିକ୍ୱେନସିଂ ବିନା ଏହି କିଟ୍ ଜରିଆରେ ଓମିକ୍ରନ ଭାରିଆଂଟ୍ ଚିହ୍ନଟ ହୋଇପାରିବ । ଆଇସିଏମଆର୍‌ର ମିଳିତ ସହଯୋଗରେ ଟାଟା ଏମଡି ପକ୍ଷରୁ ବିକଶିତ ହୋଇଛି ଓମିସିୟର କିଟ୍ । ଓଡିଶା ପ୍ରଥମ ରାଜ୍ୟ ଭାବେ ୫ ଲକ୍ଷ ଓମିସିୟର କିଟ୍ ଅର୍ଡର କରିଥିଲା । ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟରେ ୩୦ ହଜାର ଓମିସିୟର କିଟ୍ ପହଂଚିଛି । ଏହି କିଟ୍ ବ୍ରହ୍ମପୁର, କଟକ, ରାଉରକେଲା, ଭୁବନେଶ୍ୱରରେ ପ୍ରାଥମିକ ପର୍ଯ୍ୟାୟରେ ବ୍ୟବହାର କରାଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

Comments are closed.