ରାଜ୍ୟରେ ପୁଣି ୧୧ ହଜାର ତଳକୁ ଖସିଲା ଦୈନିକ କୋରୋନା ସଂକ୍ରମଣ, ୧୦ ହଜାର ୩୬୮ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ପୁଣି ଥରେ ୧୧ ହଜାର ତଳକୁ ଖସିଛି ଦୈନିକ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୦ ହଜାର ୩୬୮ ଆକ୍ରାନ୍ତ । ଏମାନଙ୍କ ମଧ୍ୟରେ ୧ ହଜାର ୯୦ ଶିଶୁ ଓ କିଶୋର ରହିଛନ୍ତି । ସଙ୍ଗରୋଧରୁ ୬ ହଜାର ୧୫ ଓ ସ୍ଥାନୀୟ ଅଂଚଳରୁ ୪ ହଜାର ୩୫୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩ ହଜାର ୩୬, ସୁନ୍ଦରଗଡରୁ ୧ ହଜାର ୫୦୫, କଟକରୁ ୯୪୦, ବାଲେଶ୍ୱରରୁ ୩୦୪, ଯାଜପୁରରୁ ୨୯୦, ବଲାଙ୍ଗୀରରୁ ୨୫୩, ସମ୍ବଲପୁରରୁ ୨୪୭, ରାୟଗଡାରୁ ୨୦୮, କୋରାପୁଟରୁ ୨୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆପଡାରୁ ୧୯୬, କଳାହାଣ୍ଡି ଜିଲ୍ଲାରୁ ୧୯୪, ସୋନପୁରରୁ ୧୮୦, ଜଗତସିଂହପୁରରୁ ୧୬୫, ମୟୂରଭଞ୍ଜରୁ ୧୬୫, ନବରଙ୍ଗପୁରରୁ ୧୬୨, ଝାରସୁଗୁଡାରୁ ୧୫୭, ବରଗଡରୁ ୧୫୨, ନୟାଗଡରୁ ୧୪୯, ପୁରୀରୁ ୧୪୦, ଅନୁଗୁଳରୁ ୧୩୬, ଭଦ୍ରକରୁ ୧୨୯, କେନ୍ଦୁଝରରୁ ୧୨୩, କେନ୍ଦ୍ରାପଡାରୁ ୧୦୬, ଗଜପତିରୁ ୧୦୦, ଗଞ୍ଜାମରୁ ୮୭, କନ୍ଧମାଳରୁ ୮୩, ଦେବଗଡରୁ ୭୮, ବୌଦ୍ଧରୁ ୭୬, ମାଲକାନଗିରିରୁ ୫୮ ଜଣ ଚିହ୍ନଟ ହୋଇଛନ୍ତି । ଷ୍ଟେଟ ପୁଲରପ ୬୬୪ ମାମଲା ଆସିଛି ।

ରାଜ୍ୟରେ ଏ ଯାଏଁ କୋରୋନାରେ ସଂକ୍ରମିତ ହୋଇଥିବା ଲୋକଙ୍କ ସଂଖ୍ୟା ୧୧ ଲକ୍ଷ ୭୭ ୪୬୨କୁ ବୃଦ୍ଧି ପାଇଛି । ୧୦ ଲକ୍ଷ ୮୦ ହଜାର ୫୬୨ ଜଣ ସୁସ୍ଥ ହୋଇସାରିଛନ୍ତି । ସକ୍ରିୟ ମାମଲା ସଂଖ୍ୟା ୮୮ ହଜାର ୩୪୬କୁ ବୃଦ୍ଧି ପାଇଛି ।

Comments are closed.