ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ କୋରୋନା ସଂକ୍ରମଣ, ଦିନକରେ ଚିହ୍ନଟ ହେଲେ ୯, ୮୩୩ ପଜିଟିଭ | News Room Odisha

ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ କୋରୋନା ସଂକ୍ରମଣ, ଦିନକରେ ଚିହ୍ନଟ ହେଲେ ୯, ୮୩୩ ପଜିଟିଭ

ଭୁବନେଶ୍ୱର-ରାଜ୍ୟରେ ଲଗାତର ଦ୍ୱିତୀୟ ଦିନ ଦୈନିକ କୋରୋନା ସଂକ୍ରମଣ ହ୍ରାସ ପାଇଛି । ୧୦ ହଜାର ତଳକୁ ଖସିଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୯ ହଜାର ୮୩୩ ପଜିଟିଭ । ସଙ୍ଗରୋଧରୁ ୫ ହଜାର ୬୯୯ ଓ ସ୍ଥାନୀୟ ଅଂଚଳରୁ ୪ ହଜାର ୧୩୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୯୭୨ ଜଣ ଶିଶୁ ଓ କିଶୋର ରହିଛନ୍ତି ।

ଦିନକରେ ଖୋର୍ଦ୍ଧା ଜିଲ୍ଲାରୁ ୨ ହଜାର ୯୪୬ , ସୁନ୍ଦରଗଡରୁ ୧ ହଜାର ୧୩୪, କଟକରୁ ୭୭୪, ମୟୂରଭଞ୍ଜରୁ ୨୯୫, ନୟାଗଡରୁ ୨୯୨, ବଲାଙ୍ଗିରରୁ ୨୮୮,ବାଲେଶ୍ୱରରୁ ୨୮୬, ରାୟଗଡାରୁ ୨୭୪, ଯାଜପୁରରୁ ୨୫୬, ସମ୍ବଲପୁରରୁ ୨୦୬, କୋରାପୁଟରୁ ୧୭୪, ନୂଆପଡାରୁ ୧୭୩, ବରଗଡରୁ ୧୭୨, କଳାହାଣ୍ଡିରୁ ୧୭୧, କେନ୍ଦୁଝରରୁ ୧୬୮, ଝାରସୁଗୁଡାରୁ ୧୬୮, ନବରଙ୍ଗପୁରରୁ ୧୫୬, ଜଗତସିଂହପୁରରୁ ୧୫୨, ପୁରୀରୁ ୧୪୬, ଭଦ୍ରକରୁ ୧୨୯, ବୌଦ୍ଧରୁ ୧୨୦, ସୋନପୁରରୁ ୧୧୭, ଅନୁଗୁଳରୁ ୧୧୪, କେନ୍ଦ୍ରାପଡାରୁ ୯୯, ଢେଙ୍କାନାଳରୁ ୯୫, କନ୍ଧମାଳରୁ ୯୧, ଗଜପତିରୁ ୮୮ ଓ ଗଞ୍ଜାମରୁ ୬୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟ ପୁଲ୍‌ରୁ ୫୭୭ଟି ମାମଲା ଆସିଛି ।
ରାଜ୍ୟରେ ଏ ଯାଏ ମୋଟ ୧୧ ଲକ୍ଷ ୮୭ ହଜାର ୨୯୫ ଜଣ ଲୋକୋ କୋରୋନା ସଂକ୍ରମିତ ହୋଇସାରିଛନ୍ତି । ଏଥିରୁ ୧୦ ଲକ୍ଷ ୮୯ ହଜାର ୩୩ ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ ୮୯ ହଜାର ୭୦୨ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

COVID-19Odisha