ପଂଚାୟତ ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ

ଭୁବନେଶ୍ୱର- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଚାଲିଥିବା ନାମାଙ୍କନ ପ୍ରକ୍ରିୟାର ଆଜି ଶେଷ ଦିନ । ନାମାଙ୍କନ ଦାଖଲ ଶେଷ ପରେ ଯାଂଚ ପ୍ରକ୍ରିୟା ଆରମ୍ଭ ହେବ । ପ୍ରାର୍ଥିପତ୍ର ପ୍ରତ୍ୟାହାର ସମୟ ଶେଷ ହେଲା ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଗତ ୧୭ ତାରିଖରୁ ନାମାଙ୍କନ ଦାଖଲ ଆରମ୍ଭ ହୋଇଥିଲା । ଗତକାଲି ଚତୁର୍ଥ ଦିନରେ ୫୮ ହଜାର ୫୮୮ଟି ନାମାଙ୍କନ ପତ୍ର ଦାଖଲ କରାଯାଇଛି । ଗତ ଚାରି ଦିନରେ ୱାର୍ଡ ମେମ୍ବର ଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ସଦସ୍ୟ ପାଇଁ ମୋଟ ୧ ଲକ୍ଷ ୩୩ ହଜାର ୫୮୪ଟି ନାମାଙ୍କନ ଦାଖଲ କରାଯାଇଛି ।

Comments are closed.