ଲଗାତର ତୃତୀୟ ଦିନ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ହ୍ରାସ, ୮ ହଜାର ୮୪୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ଲଗାତର ତୃତୀୟ ଦିନ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ହ୍ରାସ ପାଇଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦୈନିକ କୋରୋନା ସଂକ୍ରମଣ ୯ ହଜାର ତଳକୁ ଖସିଛି । ୮ ହଜାର ୮୪୫ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୯୨୭ ଜଣ ଶିଶୁ ଓ କିଶୋର ଅଛନ୍ତି । ସଙ୍ଗରୋଧରୁ ୫ ହଜାର ୧୨୮ ଓ ସ୍ଥାନୀୟ ଅଂଚଳରୁ ୩ ହଜାର ୭୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରେଡ୍ ଜୋନରେ ଥିବା ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨ ହଜାର ୫୨୮ ଓ ଖୋର୍ଦ୍ଧା ଜିଲ୍ଲାରୁ ୧୦୦୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରୁ ୬୨୮, ବାଲେଶ୍ୱରରୁ ୨୯୦, କଳାହାଣ୍ଡିରୁ ୨୩୯, ବଲାଙ୍ଗିରରୁ ୨୩୨, ରାୟଗଡାରୁ ୨୨୧, ଯାଜପୁରରୁ ୨୦୯, ସୋନପୁରରୁ ୨୦୭, ନୂଆପଡାରୁ ୨୦୫, କୋରାପୁଟରୁ ୨୦୩, ନୟାଗଡରୁ ୧୯୪, ନବରଙ୍ଗପୁରରୁ ୧୮୭, ସମ୍ବଲପୁରରୁ ୧୮୧, ଜଗତସିଂହପୁରରୁ ୧୮୦, ପୁରୀରୁ ୧୬୫, ଅନୁଗୁଳରୁ ୧୬୦, ମୟୂରଭଞ୍ଜରୁ ୧୫୨,ଝାରସୁଗୁଡାରୁ ୧୪୪, ବରଗଡରୁ ୧୪୧, କନ୍ଧମାଳରୁ ୧୦୯, କେନ୍ଦୁଝରରୁ ୧୧୦, ଢେଙ୍କାନାଳରୁ ୧୦୦, ଗଜପତିରୁ ୯୨, କେନ୍ଦ୍ରାପଡାରୁ ୯୨, ବୌଦ୍ଧରୁ ୯୩, ଦେବଗଡରୁ ୫୫, ଗଞ୍ଜାମରୁ ୫୩, ମାଲକାନଗିରିରୁ ୫୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟ୍‌ପୁଲରୁ ୫୦୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏଁ କୋରୋନାରେ ସଂକ୍ରମିତ ହୋଇଥିବା ଲୋକଙ୍କ ସଂଖ୍ୟା ୧୧ ଲକ୍ଷ ୯୬ ହଜାର ୧୪୦କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୯୯ ହଜାର ୪୨୪ ଲୋକ ।
ରାଜ୍ୟରେ ବର୍ତ୍ତମାନ ସକ୍ରିୟ ମାମଲା ସଂଖ୍ୟା ୮୮ ହଜାର ୧୫୦ ରହିଛି ।

Comments are closed.