ଶୌଚ ପାଇଁ ଯାଇଥିବା ବେଳେ ଦଳିଦେଲା ଦନ୍ତା

ଢେଙ୍କାନାଳ – ଢେଙ୍କାନାଳ ଜିଲ୍ଲା କପିଳାସ ବନାଞ୍ଚଳ ଗୋପାଳପୁର ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ଶୈାତ ପାଇଁ ଯାଇଥିବା ବେଳେ ଫକୀର ନାୟକ ନାମକ ଜଣେ ହାତୀକୁ ଦନ୍ତା ଦଳିଦେଇଛି । ଏ ନେଇ କପିଳାସ ବନାଞ୍ଚଳର ଫରେଷ୍ଟର ଓ ଅନ୍ୟ ବନ କର୍ମଚାରୀଙ୍କ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ମୃତକଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Comments are closed.