ରାଜ୍ୟରେ ଆଉ ୭ ହଜାର ୪୨୬ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ପୁଣି ବଢିଛି କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୭ ହଜାର ୪୨୬ ନୂଆ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୪ ହଜାର ୩୦୬ ଏବଂ ସ୍ଥାନୀୟ ଅଂଚଳରୁ ୩ ହଜାର ୧୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ୮୬୭ ଜଣ ଶିଶୁ ଓ କିଶୋର ରହିଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୯୫୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡରୁ ୭୭୮, କଟକରୁ ୫୪୮, ବାଲେଶ୍ୱରରୁ ୪୯୬, ନୟାଗଡରୁ ୨୪୫, ସୋନପୁରରୁ ୨୧୨, ବଲାଙ୍ଗିରରୁ ୨୦୭, ନୂଆପଡାରୁ ୧୯୧, କଳାହାଣ୍ଡିରୁ ୧୮୮, ମୟୂରଭଞ୍ଜରୁ ୧୬୬, ସମ୍ବଲପୁରରୁ ୧୬୦, କୋରାପୁଟରୁ ୧୫୯,ଯାଜପୁରରୁ ୧୫୨, କେନ୍ଦୁଝରରୁ ୧୩୬, ବରଗଡରୁ ୧୩୪, ରାୟଗଡାରୁ ୧୩୧, ଜଗତସିଂହପୁରରୁ ୧୨୯, କନ୍ଧମାଳରୁ ୧୨୩, ନବରଙ୍ଗପୁରରୁ ୧୧୭, ଅନୁଗୁଳରୁ ୧୦୯, ପୁରୀରୁ ୧୦୬, ଭଦ୍ରକରୁ ୧୦୦, ଗଜପତିରୁ ୯୯, ବୌଦ୍ଧରୁ ୯୮, କେନ୍ଦ୍ରାପଡାରୁ ୮୪, ମାଲକାନଗିରିରୁ ୬୭, ଝାରସୁଗୁଡାରୁ ୪୫, ଢେଙ୍କାନାଳରୁ ୩୭, ଗଞ୍ଜାମରୁ ୩୪, ଦେବଗଡରୁ ୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଷ୍ଟେଟପୁଲରୁ ୩୯୧ ମାମଲା ରିପୋର୍ଟ ହୋଇଛି । ରାଜ୍ୟରେ କୋରୋନାରେ ସଂକ୍ରମିତ ହୋଇଥିବା ମୋଟ ଲୋକଙ୍କ ସଂଖ୍ୟା ୧୨ ଲକ୍ଷ ୨୫ ହଜାର ୨୬୮କୁ ବୃଦ୍ଧିପାଇଥିବା ବେଳେ ସୁସ୍ଥ ହୋଇଛନ୍ତି ୧୧ ଲକ୍ଷ ୪୨ ହଜାର ୧୬୧ । ସକ୍ରିୟ ମାମଲା ସଂଖ୍ୟା ୭୪ ହଜାର ୫୧୨ ରହିଛି ।

Comments are closed.