ଆସିଷ୍ଟାଂଟ କଲେକ୍ଟରଙ୍କ ଘରେ ଭିଜିଲାନ୍ସ ଚଢାଉ

ରାଉରକେଲା- ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାଉରକେଲାର ଆସିଷ୍ଟାଂଟ୍ କଲେକ୍ଟର ମନୋରଞ୍ଜନ ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ମନୋରଞ୍ଜନଙ୍କ କାର୍ଯ୍ୟାଳୟ, ଛେଣ୍ଡ୍ ସ୍ଥିତ ୨ଟି ଘର,ଭୁବନେଶ୍ୱର ଗୋଠପାଟଣାରେ ଥିବା ଆପାର୍ଟମେଂଟ ସମେତ ୫ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ଚଢାଉରେ ରାଉରକେଲା, ସୁନ୍ଦରଗଡ, ଝାରସୁଗୁଡା ଓ ଦେବଗଡ ଜିଲ୍ଲାର ଭିଜିଲାନ୍ସ ଟିମ୍ ସାମିଲ ହୋଇଛନ୍ତି । ଏ ନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

Comments are closed.