ଆସନ୍ତାକାଲି ଓଏସଏସଟିଇଟି ପରୀକ୍ଷା

ଭୁବନେଶ୍ୱର- ଆସନ୍ତାକାଲି ଓଏସଏସଟିଇଟି ପରୀକ୍ଷା ହେବ । ସକାଳ ୯ରୁ ସାଢେ ୧୧ଟା ଯାଏଁ ପ୍ରଥମ ସିଟିଂ ଓ ଦିନ ସାଢେ ଗୋଟାଏରୁ ଅପରାହ୍ନ ସାଢେ ୩ଟା ଯାଏଁ ଦ୍ୱିତୀୟ ସିଟିଂ ପରୀକ୍ଷା ହେବ । ମୋଟ ୭୨ ହଜାର ୨୮୦ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବେ । ପ୍ରଥମ ପତ୍ର ପାଇଁ ୬୮ ହଜାର ୭୪୨ ଓ ଦ୍ୱିତୀୟ ପତ୍ର ପାଇଁ ୩ ହଜାର ୫୩୮ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ପ୍ରଥମ ପତ୍ର ପାଇଁ ୩୩୮ ଓ ଦ୍ୱିତୀୟ ପତ୍ର ପାଇଁ ୩୩ଟି କେନ୍ଦ୍ରରେ ପରୀକ୍ଷା ହେବ । ପରୀକ୍ଷା ପାଇଁ ସମସ୍ତ ନୋଡାଲ୍ ଓ ପରୀକ୍ଷା କେନ୍ଦ୍ରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କୋଭିଡ ଗାଇଡଲାଇନ ଅନୁସାରେ ପରୀକ୍ଷା ହେବ । ପରୀକ୍ଷା ପାଇଁ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟ ଥିବା କଟକରେ ରହିବ କଂଟ୍ରୋଲ ରୁମ୍ ।

Comments are closed.