ଭୁବନେଶ୍ୱର – ଭିଜିଲାନ୍ସ ଜାଲରେ ଫସିଥିବା ସମଲେଶ୍ୱରୀ ଦୁଗ୍ଧ ସଂଘର ଡେପୁଟି ମ୍ୟାନେଜରଙ୍କ ବିପୁଳ ପରିମାଣର ସଂପତ୍ତି ଠାବ କରାଯାଇଛି । କିଶୋର ନାୟକଙ୍କ ଘରେ ଚଢାଉ ପରେ ମୋଟ ୧ କୋଟି ୪୧ ଲକ୍ଷ ଟଙ୍କାର ସଂପତ୍ତି ଠାବ କରିଛି ଭିିଜିଲାନ୍ସ । ଗୋଟିଏ ବହୁତଳ ପ୍ରାସାଦ, ଫ୍ଲାଟ ଓ ୩ଟି ପ୍ଲଟ ଠାବ କରିଛି ଭିଜିଲାନ୍ସ । ୪୪ ଲକ୍ଷ ୫୧ ହଜାର ଟଙ୍କାର ବ୍ୟାଙ୍କ ଜମା ସହ ସାଢେ ୧୦ ଲକ୍ଷ ଟଙ୍କାର ବୀମା ଓ ୭ ଲକ୍ଷ ୩୨ ହଜାର ଟଙ୍କାର ସୁନା ଅଳଙ୍କାର ଠାବ ହୋଇଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଆଜି ଭିଜିଲାନ୍ସ କିଶୋର ନାୟକଙ୍କ ଘରେ ଚଢାଉ କରିଥିଲା ।