ବିଧାନ ପରିଷଦ ଗଠନ ନେଇ ୨୦୧୮ ସେପଟେମ୍ବ ୧୮ରେ କେନ୍ଦ୍ରକୁ ଯାଇଥିଲା ପ୍ରସ୍ତାବ : ବାଚସ୍ପତି

ଭୁବନେଶ୍ୱର- ବିଧାନ ପରିଷଦ ଗଠନ ନେଇ ଓଡିଶା ସରକାରଙ୍କ ପକ୍ଷରୁ କିଛି ପ୍ରସ୍ତାବ ଆସିନାହିଁ ବୋଲି କେନ୍ଦ୍ର ସରକାର କହିଲା ପରେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ବିଧାନ ପରିଷଦ ପାଇଁ ୨୦୧୮ ମସିହାରୁ ହିଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଯାଇଛି । ବିଧାନସଭାରେ ସଂକଳ୍ପ ଗୃହୀତ ହେଲା ପରେ ୨୦୧୮ ସେପଟେମ୍ବର ୧୮ରେ କେନ୍ଦ୍ରକୁ ପ୍ରସ୍ତାବ ଯାଇଥିଲା । ଉଭୟ ରାଜ୍ୟସଭା ଓ ଲୋକସଭା ସଚିବଙ୍କ ପାଖକୁ ପ୍ରସ୍ତାବ ପଠାଯାଇଥିଲା ବୋଲି ବାଚସ୍ପତି କହିଛନ୍ତି । ହେଲେ ପ୍ରସ୍ତାବ କେନ୍ଦ୍ରକୁ ଆସିନାହିଁ ବୋଲି କୁହାଯିବା ଅତି ଦୁଃଖଦାୟକ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଓଡିଶା ବିଧାନ ପରିଷଦ ଗଠନ ନେଇ ରାଜ୍ୟସଭାରେ ବିଜେଡି ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ କହିଥିଲେ ଯେ, ଏ ନଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରସ୍ତାବ ମିଳିନାହିଁ । ହେଲେ ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କଠାରୁ ସୂଚନା ସଂଗ୍ରହ କରାଯାଉଛି ବୋଲି ରିଜିଜୁ କହିଲା ପରେ ବାଚସ୍ପତିଙ୍କ ପ୍ରତିକ୍ରିୟା ଆସିଛି ।

Comments are closed.