କୋରାପୁଟ ଜିଲ୍ଲା ଗସ୍ତରେ ଡିଜିପି : ବରିଷ୍ଠ ଅଧିକାରୀଙ୍କ ସହ ନିର୍ବାଚନ ପ୍ରସ୍ତୁତି ଓ ମାଓ ଦମନ ଅଭିଯାନର ସମୀକ୍ଷା | News Room Odisha

କୋରାପୁଟ ଜିଲ୍ଲା ଗସ୍ତରେ ଡିଜିପି : ବରିଷ୍ଠ ଅଧିକାରୀଙ୍କ ସହ ନିର୍ବାଚନ ପ୍ରସ୍ତୁତି ଓ ମାଓ ଦମନ ଅଭିଯାନର ସମୀକ୍ଷା

କୋରାପୁଟ- ପୋଲିସ ଡିଜି ସୁନୀଲ ବଂଶଲ କୋରାପୁଟ ଜିଲ୍ଲା ଗସ୍ତ କରି ସ୍ୱାଭିମାନ ଅଂଚଳର ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି । ପଂଚାୟତ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ କିଭଳି ପରିଚାଳନା କରାଯିବ,ସେ ନେଇ ଡିଜିପି ସୁନାବେଡାରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆସୋଚନା କରିଛନ୍ତି । ଏଥିରେ ବିଏସଏଫ ଓ କୋବ୍ରା ବାଟାଲିୟନର ଉଚ୍ଚ ପଦସ୍ଥ ଅଧିକାରୀ ସାମିଲ ହୋଇଥିଲେ । କୋରାପୁଟ ଜିଲ୍ଲାରେ ମାଓବାଦୀ ଦମନ ନେଇ ମଧ୍ୟ ଆଲୋଚନା କରିଛନ୍ତି ଡିଜିପି । ବୈଠକରେ ଡିଜିପିଙ୍କ ସହ ସ୍ୱତନ୍ତ୍ର ପୋଲିସ ଡିଜି ଏମ.କେ ଛାବ୍ରା, ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଲଳିତ ଦାସ ଓ ବିଏସଏଫ ଆଇଜି ଏସ.ପୁଡୋକୋଟି ପ୍ରମୁଖ ଯୋଗ ଦେଇଥିଲେ ।