ଗୁଜବ ସୃଷ୍ଟିକାରୀଙ୍କୁ ପୁଣି ଶକ୍ତ ଧକ୍କା: ଏକାମ୍ର ହେରିଟେଜ କାର୍ଯ୍ୟ ସମୀକ୍ଷା କଲେ ନବୀନ | News Room Odisha

ଗୁଜବ ସୃଷ୍ଟିକାରୀଙ୍କୁ ପୁଣି ଶକ୍ତ ଧକ୍କା: ଏକାମ୍ର ହେରିଟେଜ କାର୍ଯ୍ୟ ସମୀକ୍ଷା କଲେ ନବୀନ

ଭୁବନେଶ୍ବର: ପୁଣି ଗୁଜବ ସୃଷ୍ଟିକାରୀଙ୍କୁ ଶକ୍ତ ଧକ୍କା ଲାଗିଛି। ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟକୁ ନେଇ ଅପପ୍ରଚାର କରୁଥିବା ଗୋଷ୍ଠୀଙ୍କୁ ମୁହଁ ଲୁଚାଇବାକୁ ଜାଗା ମିଳିନି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ସହ ଏକାମ୍ର ହେରିଟେଜ କାର୍ଯ୍ୟ ସମୀକ୍ଷା କରିଛନ୍ତି । ଗତ କିଛିଦିନ ହେଲା ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟଗତ ସମସ୍ୟାକୁ ନେଇ ସୋସିଆଲ ମିଡିଆରେ କିଛି ଅସହିଷ୍ଣୁ ଗୋଷ୍ଠୀ ନାନା ଅପପ୍ରଚାର ଚଲାଇଥିଲେ। ଏହି ଗୋଷ୍ଠୀ ଗତ ମାସରେ ମଧ୍ଯ ଅନେକ ଗୁଜବ ସୃଷ୍ଟି କରିଥିବା ବେଳେ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ସାମିଲ ହୋଇ ରାଜରାସ୍ତା ବୀର ଠାଣିରେ ଚାଲି ସମସ୍ତଙ୍କର ହୋସ୍ ଉଡାଇ ଦେଇଥିଲେ।

Chief Minister Naveen PatnaikEkamra Kshetra Heritage ProjectEkamra Kshetra TransformationLingaraj Temple