ନିର୍ବାଚନୀ ହିଂସା କରିବା ଉଦ୍ୟମ ଫେଲ, ଦୁଇ ଦେଶୀ ବନ୍ଧୁକ ଜବତ, ଜଣେ ଗିରଫ, ଜଣେ ଫେରାର

ବରଗଡ଼ : ବରଗଡ଼ ଜିଲ୍ଲାର ଗାଇସିଲାଟ ବ୍ଲକରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଅନ୍ୟପଟେ ପୁଲିସକୁ ଦୁଇଟି ଦେଶୀ ବନ୍ଧୁକ ଜବତ କରିବା ସହିତ ଜଣେ ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକ ଜଣକ ପଦ୍ମପୁର ଏନଏସିର ନେହେରୁ ନିଳାଚଳ ବୁଡ଼େକ ( ୨୭ ) । ଏନେଇ ଏସପି ରାହୁଲ ଜୈନଙ୍କ ବୋଲି ନିର୍ଦ୍ଦେଶକ୍ରମେ ପଦ୍ମପୁର ଏସଡ଼ିପିଓ ବିଭୂତି ଭୂଷଣ ଭୋଇ ଏକ ପ୍ରେସମିଟ ଜରିଆରେ ସୂଚନା ଦେଇଛନ୍ତି । ଗାଇସିଲାଟ ପୁଲିସ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ପରିଚାଳନା କରିବା ପାଇଁ ମୋବାଇଲ ପାଟ୍ରୋଲିଂ କରୁଥିବା ବେଳେ ଏଏସ୍ ଆଇ ରଜତ ସାମଲ ଉମରାଟ ସ୍କୁଲ ନିକଟରେ ଦୁଇଜଣ ବ୍ୟକ୍ତି ବନ୍ଧୁକ ସହ ସନ୍ଦେହଜନକ ଅବସ୍ଥାରେ ବୁଲାବୁଲି କରୁଥିବା ସୂଚନା ପାଇ ତୁରନ୍ତ ଘଟଣା ସ୍ଥଳକୁ ଯାଇଥିଲେ । ତେବେ ପୁଲିସ ପହଞ୍ଚିବା ପରେ ଯୁବକ ଦ୍ଵୟ ସେଠାରୁ ଏକ ବାଇକରେ ଫେରାର ମାରିଥିବା ବେଳେ ପୁଲିସ ଜଣକୁ କାବୁ କରିବାରେ ସମର୍ଥ ମିଳିବା ପରେ ପୁଲିସ ତାଙ୍କୁ ଗିରଫ କରିବା ସହିତ ଦୁଇ ବନ୍ଧୁକ ଓ ବାଇକକୁ ଜବତ କରିଛି । ଅନ୍ୟ ଜଣେ ଫେରାର ହୋଇ ଯାଇଛି । ପୁଲିସ ଏକ ମାମଲା ରୁଜୁ କରି ଅଧିକ ଯାଞ୍ଚ କରୁଛି ।

Comments are closed.