କୋରୋନା କମିଛି, ସଂକ୍ରମଣ ପରବର୍ତ୍ତୀ ଜଟିଳତା ବଢୁଛି | News Room Odisha

କୋରୋନା କମିଛି, ସଂକ୍ରମଣ ପରବର୍ତ୍ତୀ ଜଟିଳତା ବଢୁଛି

ଭୁବନେଶ୍ୱର- ରାଜ୍ୟରେ କୋଭିଡ୍ ସଂକ୍ରମଣ ଏବେ ଦୈନିକ ୫ଶହ ତଳକୁ ରହିଥିଲେ ମଧ୍ୟ ବିପଦ ଯାଇନାହିଁ । କୋଭିଡ୍ ସଂକ୍ରମଣ ପରବର୍ତ୍ତୀ ଜଟିଳତା ଦେଖା ଦେଉଥିବାରୁ ସେଥିପ୍ରତି ସତର୍କ ରହିବାକୁ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ନିଶ୍ଚେତକ ବିଭାଗ ମୁଖ୍ୟ ଡାକ୍ତର ନିବେଦିତା ପାଣି ପରାମର୍ଶ ଦେଇଛନ୍ତି।

ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ଏବେ ଦୈନିକ ୫ଶହ ତଳକୁ ରହିଥିଲେ ମଧ୍ୟ କରୋନାକୁ ନେଇ ସତର୍କ ରହିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି ।

ସେ କହିଛନ୍ତି ଯେ, କୋଭିଡ୍ ସଂକ୍ରମଣ ପରେ ଡାଇବେଟିସ, ଫୁସଫୁସ ଓ ହୃତପିଣ୍ଡ ରୋଗୀଙ୍କ ମଧ୍ୟରେ ଜଟିଳତା ବୃଦ୍ଧି ପାଇଛି । ବୟସ୍କ ରୋଗୀ ଓ ଅନ୍ୟ ଜଟିଳିତା ଥିବା ରୋଗୀ ଅଧିକ ପ୍ରଭାବିତ ହେଉଛନ୍ତି। କୋଭିଡ୍ ରୋଗୀ ଘରେ ମଧ୍ୟ ଅକ୍ସିଜେନ୍ ନେଇପାରିବେ । ଅକ୍ସିଜେନ୍ ବି ଏକ ଔଷଧ। ଏହାକୁ କେମିତି, କେଉଁ ପରିମାଣ ଓ ମାନର ନେବେ ତାହା ଜାଣିବା ଉଚିତ୍ । ଡାକ୍ତରଙ୍କ ବିନା ପରାମର୍ଶରେ ମନଇଚ୍ଛା ଅକ୍ସିଜେନ୍ ନେବା ଉଚିତ୍ ନୁହେଁ। ଅକ୍ସିଜେନ୍ ଯୋଗୁ ଫୁସଫୁସ ଓ ହୃତପିଣ୍ଡ ଉପରେ କୁପ୍ରଭାବର ଆଶଙ୍କା ରହିଛି । ସାଇନୋସାଇଟିସ୍ ଓ ବାତ ଭଳି ରୋଗ ମଧ୍ୟ ବାହାରିପାରେ ।