ଶ୍ରୀମନ୍ଦିରରୁ ହଟିଲା ରବିବାରିଆ ଦର୍ଶନ କଟକଣା

ପୁରୀ- ଏଣିକି ଶ୍ରୀମନ୍ଦିରରେ ରବିବାର ଦିନ ମଧ୍ୟ ଭକ୍ତ ଦର୍ଶନ କରିପାରିବେ । କୋରୋନା ଯୋଗୁଁ ରବିବାର ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହୁଥିଲା । ତେବେ ସଂକ୍ରମଣ କମିଯିବାରୁ ରବିବାର ଦର୍ଶନ କଟକଣା ହଟାଇବାକୁ ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି । ଏହି ନିଷ୍ପତ୍ତି ଆସନ୍ତା ୨୦ ତାରିଖରୁ ଲାଗୁ ହେବ ।

Comments are closed.