ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଲା ବିଜେଡି

ଭୁବନେଶ୍ୱର- ସମସ୍ତ ୩୦ଟି ଜିଲ୍ଲା ରେ ଜିଲ୍ଲା ପରିଷଦ ଗଠନ କରି ନୂଆ ନିର୍ବାଚନୀ ଇତିହାସ ସୃଷ୍ଟି କରିଥିବା ବିଜେଡି ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଛି । ସମସ୍ତ ଜିଲ୍ଲା ପରିଷଦ ରେ ସେବା କରିବା ପାଇଁ ଆଶୀର୍ବାଦ କରିଥିବାରୁ ରାଜ୍ୟବାସୀଙ୍କ ନିକଟରେ ଋଣୀ ବୋଲି ଦଳ କହିବା ସହ ଧନ୍ୟବାଦ ଦେଇଛି । ସ୍ୱଚ୍ଛ, ନିର୍ମଳ ଭାବମୂର୍ତ୍ତି ଥିବା ଉଚ୍ଚ ଶିକ୍ଷିତ ଯୁବବର୍ଗଙ୍କୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ଚୟନ କରାଯାଇଥିଲା । ନିର୍ବାଚିତ ସବୁ ଜିଲ୍ଲା ପରିଷଦ ସଭାପତିଙ୍କ ‌ହାରାହାରି ବୟସ ୪୧ ବର୍ଷ ରହିଛି । ୭୦ ପ୍ରତିଶତ ଜିଲ୍ଲା ପରିଷଦ ସଭାପତି ମ‌ହିଳା ହୋଇଥିବା ବେଳେ ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ମହିଳାଙ୍କୁ ଜିଲ୍ଲା ପରିଷଦ ସଭାପତି କରାଯାଇଛି ।୬୭ ପ୍ରତିଶତ ଜିଲ୍ଲା ପରିଷଦ ସଭାପତି ଆସନ ଓବିସି ସଦସ୍ୟଙ୍କ ଦ୍ୱାରା ପୂ୍ରଣ କରାଯାଇଛି ବୋଲି ବିଜେଡି କହିଛି ।

Comments are closed.