ଆଜି ବି ରାଜ୍ୟରେ ପ୍ରବଳ ଖରା, ୯ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର- ଆଜି ବି ରାଜ୍ୟରେ ପ୍ରବଳ ଖରା ଅନୁଭୂତ ହେବ । ସୋନପୁର, ବୌଦ୍ଧ, ବଲାଙ୍ଗିର, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ନୟାଗଡ଼, ବାଲେଶ୍ୱର ଓ ମୟୂରଭଂଜ ଜିଲ୍ଲାରେ ପ୍ରବଳ ଖରା ହେବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ତାତି ବଢୁଥିବାରୁ ଅଂଶୁଘାତ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନକୁ ସତର୍କ କରାଇଦେଇଛି ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ । ଗତକାଲି ରାଜ୍ୟର ତିନି ସହରରେ ୪୦ ଡେଇଁଥିଲା ଦିନ ତାପମାତ୍ରା । ୪୦ ଦଶମିକ ୫ ଡିଗ୍ରୀ ସହ ବଲାଙ୍ଗୀର ରାଜ୍ୟର ସବୁଠୁ ଉତପ୍ତ ସହର ହୋଇଥିଲା । ଟିଟଲାଗଡ଼ରେ ୪୦ ଦଶମିକ ୨ ଡିଗ୍ରୀ, ଅନୁଗୁଳରେ ୪୦ ଡିଗ୍ରୀ ଦିନ ତାପମାତ୍ରା ରେକର୍ଡ ହୋଇଥିଲା ।

Comments are closed.