ଶ୍ରୀମନ୍ଦିରରେ ହଟିଲା ରବିବାରିଆ ଦର୍ଶନ କଟକଣା

ପୁରୀ – ଶ୍ରୀମନ୍ଦିରରେ ଆଜିଠାରୁ ହଟିଲା ରବିବାରିଆ ଦର୍ଶନ କଟକଣା । ଏଣିକି ପ୍ରତି ରବିବାରେ ଶ୍ରଦ୍ଧାଳୁମାନେ ପୁଣି ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ । କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ରବିବାର ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଦର୍ଶନ ବାରଣ ହୋଇଥିଲା । ସେହିଦିନ ଶ୍ରୀମନ୍ଦିର ପରିସର ସାନିଟାଇଜ କରାଯାଉଥିଲା । କିନ୍ତୁ କୋଭିଡ ପ୍ରକୋପ ହ୍ରାସ ପାଇବା ପରେ କିଛି ଦିନ ତଳେ ଛତିଶା ନିଯୋଗ ବୈଠକରେ ରବିବାରିଆ ଦର୍ଶନ କଟକଣା ଉଠାଇ ଦେବା ପାଇଁ ନିଷ୍ପତ୍ତି ହୋଇଥିଲା । ଆଜି ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଶ୍ରୀଜିଉଙ୍କ ସକାଳ ନୀତିକାନ୍ତି ସଅଳ ହୋଇଛି ।

Comments are closed.