ରାଜ୍ୟରେ ୫୦ ତଳକୁ ଖସିଲା ଦୈନିକ କୋରୋନା ସଂକ୍ରମଣ

ଭୁବନେଶ୍ବର- ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୫ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୮ ଜଣ ୧୮ ବର୍ଷରୁ କମ୍ ବୟସ୍କ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୧ ଜଣ, ବାଲେଶ୍ୱର ଜିଲ୍ଲାରୁ ୪ ଜଣ, କଟକରୁ ୨ ଜଣ, ଗଜପତିରୁ ୫ ଜଣ, ଗଞ୍ଜାମ ଜିଲ୍ଲାରୁ ୧୧, ଝାରସୁଗୁଡ଼ାରୁ ୧ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୬ ଜଣ, ଖୋର୍ଦ୍ଧାରୁ ୧ ଜଣ, କୋରାପୁଟରୁ ୩ ଜଣ, ମୟୂରଭଞ୍ଜରୁ ୧ ଜଣ, ନବରଙ୍ଗପୁର, ନୟାଗଡ଼, ରାୟଗଡ଼ା, ସମ୍ୱଲପୁର ଓ ସୁନ୍ଦରଗଡ଼ରୁ ୧ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ଏ ଯାଏଁ ୧୨, ୮୭, ୧୫୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୨, ୭୭, ୩୫୭ ଜଣ ସୁସ୍ଥ ହୋଇଛନ୍ତି।

Comments are closed.