ଆଜି ପୌର ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ

ଭୁବନେଶ୍ୱର- ରାଜ୍ୟରେ ଆଜି ପୌର ନିର୍ବାଚନ ପାଇଁ ଭୋଟ୍ ଗ୍ରହଣର ଦିନ । ୩ ମହାନଗର ନିଗମ, ୪୭ ମ୍ୟୁନିସପାଲିଟି, ୫୯ ଏନଏସିରେ ନିଆଯିବ ଭୋଟ୍ । ସକାଳ ୮ଟାରୁ ସଂଧ୍ୟା ୫ଟା ଯାଏ ଚାଲିବ ଭୋଟିଂ । ମେୟର ଓ ପୌରାଧ୍ୟକ୍ଷ ପଦ ପାଇଁ ମୋଟ ୫୬୯ ପ୍ରାର୍ଥୀ, କର୍ପୋରେଟର ଓ କାଉନସିଲର ପାଇଁ ୫୮୪୨ ପ୍ରାର୍ଥୀ ଅଛନ୍ତି । ପୌରାଞ୍ଚଳ ଏବଂ ବିଜ୍ଞାପିତ ପରିଷଦ ଅଞ୍ଚଳର ମୋଟ ୧୬୭୨ ୱାର୍ଡରେ ହେବ ଭୋଟ ଗ୍ରହଣ ।

୩ଟି ମହାନଗର ନିଗମର ୧୬୫ ୱାର୍ଡରେ ହେବ ମତଦାନ । ପୌର ପରିଷଦ ଏବଂ ଏନଏସିରେ ମୋଟ ୨୯୮୯ଟି ବୁଥ୍, ୩ଟି ମହାନଗର ନିଗମରେ ୧୩୮୪ଟି ବୁଥ୍ ରହିଛି । ପ୍ରାୟ ୪୦ ଲକ୍ଷ ୫୫ ହଜାର ଭୋଟର ମତାଧିକାର ସାବ୍ୟସ୍ତ କରିପାରିବେ ।

ପୁରୀ ମ୍ୟୁନିସପାଲଟିରେ ଏଥର ନିର୍ବାଚନ ହେଉନି। ହାଇକୋର୍ଟରେ ପୁରୀ ମ୍ୟୁନିସପାଲଟିର ନିର୍ବାଚନ ନେଇ ମାମଲା ବିଚରାଧୀନ ଥିବାରୁ ଏଠାରେ ନିର୍ବାଚନ ହେଉନାହିଁ । ଭଦ୍ରକ ମ୍ୟୁନିସପାଲଟିର ୱାର୍ଡ-୪ରେ ନିର୍ବାଚନକୁ ନେଇ ଏକ ମାମଲା ହାଇକୋର୍ଟରେ ବିଚାରାଧୀନ ଥିବାରୁ ଏଠାରେ ମତଦାନ ହେଉନି। ହିନ୍ଦୋଳ ଓ ଅତିବିରା ଏନ୍‌ଏସିର କାର୍ଯ୍ୟକାଳ ଶେଷ ହୋଇନି। ତେଣୁ ଏଠାରେ ଏବେ ନିର୍ବାଚନ ହେଉନି । ନବଗଠିତ ଚାରିଟି ଏନ୍‌ଏସି- ରେମୁଣା, ଚାନ୍ଦବାଲି, ଧାମନଗର ଏବଂ ବିଜେପୁରରେ ପ୍ରଥମ ଥର ପାଇଁ ପୌର ନିର୍ବାଚନ ହେଉଛି ।

Comments are closed.