ଟ୍ରେଡ ୟୁନିଅନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ | News Room Odisha

ଟ୍ରେଡ ୟୁନିଅନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ସୁବର୍ଣ୍ଣପୁର: ଭାରତୀୟ ଟ୍ରେଡ ୟୁନିୟନ ସୁବର୍ଣ୍ଣପୁର ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସହରରେ ଥିବା ଆର୍ଥିକ ସଂସ୍ଥା ଗୁଡିକ ଆଗରେ ପିକେଟିଂ କରି ବନ୍ଦ କରିଦେବା ସହିତ ଦାବି ପୂରଣ ପାଇଁ ଟ୍ରେଡ ୟୁନିୟନ ଶାଖା ଆନ୍ଦୋଳନ କରିଛି । ଟ୍ରେଡ ୟୁନିୟନ ନେତା ଗୋବିନ୍ଦ ମହାରଣାଙ୍କ ନେତୃତ୍ବରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଭିନ୍ନ ନାରା ଦେବା ସହିତ ଦାବିପୂରଣ ପାଇଁ ବିକ୍ଷୋଭ କରିଛନ୍ତି ।

ଦାବି ଗୁଡ଼ିକ ମଧ୍ୟରେ ରହିଛି ସରକାରୀ କମ୍ପାନୀ ଗୁଡିକର ଘରୋଇକରଣର ପ୍ରତିବାଦ କରିବା, ଜାଳେଣୀ ଗ୍ୟାସ, ଡିଜେଲ ଏବଂ ପେଟ୍ରୋଲର ଅହେତୁକ ମୂଲ୍ୟ ବୃଦ୍ଧିର ପ୍ରତିବାଦ କରି ଦରନିୟନ୍ତ୍ରଣ କରିବା ପାଇଁ ଦାବି କରିଛନ୍ତି । ଦାବିପୂରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସଙ୍କୁ ଏକ ସ୍ମାରକପତ୍ର ଟ୍ରେଡ ୟୁନିୟନ ପ୍ରଦାନ କରିଛନ୍ତି ।