ଏସଏମସିର ପେନସନ ଅଦାଲତରେ ୧୬ ମାମଲାର ସମାଧାନ

ସମ୍ବଲପୁର : ସମ୍ବଲପୁର ମହାନଗର ନିଗମ ପକ୍ଷରୁ ପ୍ରଥମ ଥର ପେନସନ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏସଏମସିରୁ କାର୍ଯ୍ୟ କରି ଅବସର ନେଇଥିବା ଅନେକ କର୍ମଚାରୀ ଦୀର୍ଘ ବର୍ଷ ପରେ ବି ପେନସନ ଏବଂ ଅନ୍ୟ ବକେୟା ପାଉଣାରୁ ବଞ୍ଚିତ ରହୁଥିଲେ। ଏମାନଙ୍କ ପାଇଁ ପ୍ରଥମ କରି ଏହି ପେନସନ୍ ଅଦାଲତ ଆୟୋଜିତ ହୋଇଥିଲା। ଏଥିରେ 16 ଜଣଙ୍କ ମାମଲାର ସମାଧାନ ହୋଇଥିବା ବେଳେ 10 ଜଣଙ୍କ ସମସ୍ୟାର ସମାଧାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିରେ ଗୃହ ନଗର ଉନ୍ନୟନ ବିଭାଗର ସଚିବ ସୁଶାନ୍ତ ପୁରୋହିତ, ସଂଞ୍ଜୟ ପରମାଣିକ, ଯୁଗ୍ମ ସଚିବ ସାରଦା ପଣ୍ଡା ଓ ଏସ୍ଏମସି ଆୟୁକ୍ତ ପ୍ରଦୀପ କୁମାର ସାହୁ ଏଥିରେ ଉପସ୍ଥିତ ଥିଲେ। ଆଜିର ଶୁଣାଣିରେ 16 ଜଣଙ୍କର ମାମଲାର ସମାଧାନ ହୋଇଥିଲା। 10 ଜଣଙ୍କ ମାମଲାରେ ସରକାରଙ୍କୁ ଅଭିଯୋଗ କରାଯାଇଥିବା ସୂଚନା ଦିଆଯାଇଛି।

ମିଳିଥିବା ସୂଚନା ଅନୁସାରେ, ସମ୍ବଲପୁର ମହାନଗର ନିଗମରେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିବା 494 ଜଣ କର୍ମଚାରୀ ତାଙ୍କର ବକେୟା ପାଉଣା ବର୍ତ୍ତମାନ ସୁଦ୍ଧା ପାଇପାରିନାହାନ୍ତି। ଯାହା ମଧ୍ୟରେ ଉକ୍ତ କର୍ମଚାରୀଙ୍କର 30 ଜଣଙ୍କ ଗ୍ରାଚୁଇଟି, 30 ଜଣଙ୍କ ଲିଭ୍ ଦରମା, 40 ଜଣଙ୍କ ଏସିପି ଏରିଅର, 4 ଜଣଙ୍କ ବର୍ଦ୍ଧିତ ଓ ଅନ୍ୟାନ୍ୟ କାରଣ ରହିଛି। ଏଥିସହ ପଞ୍ଚମ ବେତନ କମିସନ ଓ ଷଷ୍ଠ ବେତନ କମିସନର ବକେୟା ପେନସନ ରାଶି ରହିଛି। ଏହାବାଦ୍ 32 ଜଣ କର୍ମଚାରୀ ଅବସରଗ୍ରହଣ କରିବା ପରେ ମଧ୍ୟ ସେମାନଙ୍କ ପେନସନ୍ ଫାଇଲ୍ ଆଗକୁ ବଢ଼ି ପାରୁନଥିଲା। ଆଜିର ଶୁଣାଣିରେ 3 କୋଟି 16 ଲକ୍ଷ 79 ହଜାର 327 ଟଙ୍କା ଦିଆଯାଇଥିଲା।

Comments are closed.