ଶ୍ରୀମନ୍ଦିର ଚୁଲିଭଙ୍ଗା ଘଟଣା ପରେ ସୁରକ୍ଷା ବ୍ୟବସ୍ଥା କଡାକଡି ପାଇଁ ପ୍ରଶାସନର ତତ୍ପରତା | News Room Odisha

ଶ୍ରୀମନ୍ଦିର ଚୁଲିଭଙ୍ଗା ଘଟଣା ପରେ ସୁରକ୍ଷା ବ୍ୟବସ୍ଥା କଡାକଡି ପାଇଁ ପ୍ରଶାସନର ତତ୍ପରତା

ପୁରୀ -ଶ୍ରୀମନ୍ଦିର ଚୁଲିଭଙ୍ଗା ଘଟଣାରେ ପୋଲିସ ଅଭିଯୁକ୍ତ ଜଗନ ମହାପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଘଟଣା ଦିନ ମୁତୟନ ଥିବା ଜେଟିପି କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି | ଏଭଳି ଘଟଣା ଆଗାମୀ ଦିନରେ ଯେପରି ନ ଘଟେ ସେ ଦିଗରେ ଅଧିକ ଯତ୍ନବାନ ହେବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି | ସୁରକ୍ଷାକୁ ନଜରରେ ରଖି ଶ୍ରୀମନ୍ଦିର ମଧ୍ୟରେ ଅଧିକ ସିସିଟିଭି ଲଗାଇବା ତଥା ପୋଲିସ ମୁତୟନ ଦିଗରେ ବ୍ୟବସ୍ଥା ଗ୍ରହଣ କରାଯିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି |