ପ୍ରତି ସପ୍ତାହରେ ବସିବ ଶ୍ରୀମନ୍ଦିର ସୁରକ୍ଷା ସଂପର୍କିତ ବୈଠକ | News Room Odisha

ପ୍ରତି ସପ୍ତାହରେ ବସିବ ଶ୍ରୀମନ୍ଦିର ସୁରକ୍ଷା ସଂପର୍କିତ ବୈଠକ

ପୁରୀ – ଶ୍ରୀମନ୍ଦିର ସୁରକ୍ଷା ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ଏଣିକି ପ୍ରତି ସପ୍ତାହରେ ଶ୍ରୀମନ୍ଦିର ସୁରକ୍ଷା ନେଇ ହେବ ବୈଠକ ହେବ ବୋଲି ନିଷ୍ପତ୍ତି ହୋଇଛି । ମୋଟ ୧୩୫ଟି ସିସିଟିଭି ଶ୍ରୀମନ୍ଦିର ଭିତରେ ଲାଗିବ । ଶ୍ରୀମନ୍ଦିର ଭିତରେ ଜେଟିପିଙ୍କ ସହ ଓଡ଼ିଶା ପୋଲିସ ମୁତୟନ ରହିବେ ବୋଲି ନିଷ୍ପତ୍ତି ହୋଇଛି । ଶ୍ରୀମନ୍ଦିରକୁ ଶୋଧ କରିବା ସମୟରେ ଅତ୍ୟଧିକ ସତର୍କତା ଅବଲମ୍ବନ କରାଯିବ । ଶ୍ରୀମନ୍ଦିର ରୋଷଘର ଚୁଲ୍ଲା ଭଙ୍ଗା ଘଟଣା ପରେ ଏସବୁ ପଦକ୍ଷେପ ଘୋଷଣା କରାଯାଇଛି । ରୋଷଶାଳା ଚୁଲି ଭଙ୍ଗା ଘଟଣାରେ ୪ ଜେଟିପି, କାରଣ ଦର୍ଶାଅ ନୋଟିସର ଉତ୍ତର ରଖିଛନ୍ତି । ଏହାକୁ ତର୍ଜମା କରିବା ପରେ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।