ବାମରା ବନଖଣ୍ଡ ଅଞ୍ଚଳରୁ ହାତୀର ମୃତଦେହ ଉଦ୍ଧାର

ସମ୍ବଲପୁର : ସମ୍ବଲପୁର ଜିଲ୍ଲାର ବାମରା ବନଖଣ୍ଡ ଅନ୍ତର୍ଗତ ବିଞ୍ଜିଖୋଲ ଜଙ୍ଗଲରୁ ଏକ ଆହତ ହାତୀର ମୃତଦେହ ଉଦ୍ଧାର କରାଯାଇଛି।

କୁଚିଣ୍ଡା ରେଞ୍ଜ ଅନ୍ତର୍ଗତ ବିଞ୍ଜିଖୋଲ ଗାଁ ନିକଟସ୍ଥ ଜଙ୍ଗଲରୁ ଏହି ହାତୀର ମୃତଦେହକୁ ସ୍ଥାନୀୟ ଲୋକେ ଦେଖି ବନ ବିଭାଗକୁ ସୂଚନା ଦେଇଛନ୍ତି।

ତେବେ, ଘଟଣାସ୍ଥଳ ଟି ଉଭୟ ସମ୍ବଲପୁର ଓ ସୁନ୍ଦରଗଡ ଜିଲ୍ଲାର ସୀମାନ୍ତରେ ହୋଇଥିବାରୁ ବନ ବିଭାଗ ପହଞ୍ଚିବାରେ ବିଳମ୍ବ ହୋଇଥିଲା।

ତଦନ୍ତ ପରେ ହାତୀ ପାଟିରେ ଏକ ଘା ହୋଇଥିବା ବେଳେ ତାହା ଘା ପଚି ଯାଇଥିବା ଦେଖିବାକୁ ମିଳିଥିଲା। ବନ ବିଭାଗ ହାତୀର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଘଟଣାସ୍ଥଳରେ ରେଞ୍ଜର ଗଗନ ବିହାରୀ ମଲ୍ଲିକ ଓ ବନ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ବ୍ୟବଚ୍ଛେଦ ରିପୋର୍ଟ ପରେ କାରଣ ସ୍ପଷ୍ଟ ଜଣାପଡିବ ବୋଲି ରେଞ୍ଜର ସୂଚନା ଦେଇଛନ୍ତି।

Comments are closed.