ଏଣିକି ସର୍ବସାଧାରଣଙ୍କ ଅଭିଯୋଗ ଶୁଣାଣି ପୁଣି ଆରମ୍ଭ ହେବ : ଗଞ୍ଜାମ ଜିଲ୍ଲାପାଳ

ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ ପୁଣି ଆରମ୍ଭ ହେବ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣାଣି। ଏହା ଗଞ୍ଜାମ ଜିଲ୍ଲପାଳ ବିଜୟ ଅମୃତ କୁଲାଙ୍ଗେ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇ ଅଛନ୍ତି।

ଗଞ୍ଜାମ ଜିଲ୍ଲାରେ ପୂର୍ବରୁ ଚାଲିଥିବା ଅଭିଯୋଗ ଶୁଣାଣି ବନ୍ଦ ରହିଥିଲା । ଏହି ଅଭିଯୋଗ ଗୁଡ଼ିକ ଚଳିତ ଅପ୍ରେଲ ମାସ ୧୮ ତାରିଖ ଠାରୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଗଞ୍ଜାମ , ଛତ୍ରପୁର ଠାରେ ଜଉଗଡ ସମ୍ମିଳନୀ କକ୍ଷରେ ସକାଳ ୧୦ ଟା ଠାରୁ ୧୧ ଘଟିକା ପର୍ଯ୍ୟନ୍ତ ଦିବ୍ୟାଙ୍ଗ ମାନଙ୍କ ଜନସମାଧାନ ଶୁଣାଣି ହେବ ଏବଂ ୧୧ ଘଟିକା ଠାରୁ ସର୍ବସାଧାରଣ ମାନଙ୍କ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଟିତ ହେବ ।

ଏଣୁ ଜନସାଧାରଣ ମାନକୁ ଅନୁରୋଧ ସେମାନେ ଉପରେ ଦର୍ଶିତ ଧାର୍ଯ୍ୟ ସମୟରେ ଉପସ୍ଥିତ ରହି ନିଜ ନିଜ ଅଭିଯୋଗ ଜିଲ୍ଲା ପ୍ରଶାସନକୁ ଜଣାଇ ପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି ।

Comments are closed.