ଆଜି ପ୍ରବାଦ ପୁରୁଷ ବିଜୁବାବୁଙ୍କ ତିରୋଧାନ ଦିବସ

ଭୁବନେଶ୍ୱର – ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ସାରା ରାଜ୍ୟରେ ପାଳନ ହେଉଛି । ବିଜୁବାବୁଙ୍କ ତିରୋଧାନ ଦିବସକୁ ନିରାଡମ୍ବର ଭାବେ ପାଳନ କରୁଛି ବିଜେଡି । ଏହି ଅବସରରେ ସମସ୍ତ ନିର୍ବାଚନମଣ୍ଡଳୀର ହେବ ୧୫ ଦିନିଆ ସମୂହ ରକ୍ତଦାନ ଶିବିର । ପ୍ରଥମ ଦିନ ୧୦ ହଜାର ୟୁନିଟ୍ ରକ୍ତ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି । ଶ୍ରାଦ୍ଧ ଦିବସରେ ଭୁବନେଶ୍ବର ଜିଲ୍ଲା ବିଜେଡି ତରଫରୁ ବିନ୍ଦୁ ସାଗରରେ କରାଯାଇଛି ତିଳତର୍ପଣ । ବିଜୁବାବୁଙ୍କ ଶ୍ରାଦ୍ଧ ଦିବସରେ ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସଙ୍କ ସମେତ କର୍ପୋରେଟର ଓ ବହୁ ବିଜେଡି କର୍ମୀ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

Comments are closed.