ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ଜିହ୍ନ କେଂ ଅଗୁନ ନ ସଗୁନ ବିବେକା ।
ଜଳ୍ପହିଂ କଳ୍ପିତ ବଚନ ଅନେକା ॥
ହରିମାୟା ବସ ଜଗତ ଭ୍ରମାହୀଂ ।
ତିହ୍ନହି କହତ କଛୁ ଅଘଟିତ ନାହିଁ ।

ଭାବାର୍ଥ :- ଯେଉଁମାନଙ୍କୁ ନିର୍ଗୁଣ ସଗୁଣ ର ଭେଦର ବିବେକ ନଥାଏ, ଯେଉଁମାନେ ନିଜ ମନରୁ ଗୁଡାଏ କାଳ୍ପନିକ କଥା କୁହନ୍ତି, ଯେଉଁମାନେ ଶ୍ରୀହରି ଙ୍କର ମାୟାରେ ବଶୀଭୂତ ହୋଇ ସଂସାରର ଜନ୍ମ ମୃତ୍ୟୁ ଚକ୍ର ଭ୍ରମଣରେ ଆନନ୍ଦ ପାଇଥାଆନ୍ତି, ସେମାନଙ୍କ ପାଇଁ ଏଆଡୁ ସିଆଡୁ କିଛି ବି କହିଦେବା ଅସମ୍ଭବ ନୁହଁ ।