ନିରବଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର -ରାଜ୍ୟବ୍ୟାପୀ ନିରବଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ବିଦ୍ୟୁତ ବିତରଣ କମ୍ପାନୀମାନଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଖରା ତାତି ଓ ପିଲାଙ୍କ ପରୀକ୍ଷାକୁ ଦୃଷ୍ଟିରେ ରଖି ବିଜୁଳି ଯୋଗାଣକୁ ନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର ସମସ୍ତ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ନିରବଚ୍ଛିନ୍ନ ବିଜୁଳି ଯୋଗାଣକୁ ସୁନିଶ୍ଚିତ କରିବାକୁ ସମସ୍ତ ବିତରଣ କମ୍ପାନୀଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବିଦ୍ୟୁତ୍ ଚାହିଦା ବଢୁଛି । ପିକ୍ ସମୟରେ ୧୦ ପ୍ରତିଶତ ଅଧିକ ବିଦ୍ୟୁତ ଆବଶ୍ୟକତା ରହୁଛି । ବର୍ତ୍ତମାନ ରାଜ୍ୟରେ ଯାହା ବିଦ୍ୟୁତ୍ ସମସ୍ୟା ରହିଛି ତାହା ସାମୟିକ ସମସ୍ୟା । ମେ’ ପ୍ରଥମ ସପ୍ତାହ ସୁଦ୍ଧା ସମସ୍ୟାର ସମାଧାନ ହୋଇଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ଦିନ ସମୟରେ ବିଜୁଳି ଯୋଗାଣରେ ଯେପରି କୌଣସି ଅସୁବିଧା ନହେବ ସେନେଇ ବିଦ୍ୟୁତ ବିତରଣକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଆଇଆଇପି ତଥା ବିଦ୍ୟୁତ୍ ଉତ୍ପାଦନକାରୀ ସଂସ୍ଥା ମାନଙ୍କୁ ଉନ୍ନତମାନର କୋଇଲା ଯୋଗାଇ ଦେବାକୁ ଏମସିଏଲକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ବିଜୁଳି ସଙ୍କଟ ନେଇ ଆଜି ସମୀକ୍ଷା ବୈଠକ କରିଥିଲେ ମୁଖ୍ୟ ଶାସନ ସଚିବ । ଭିଡିଓ କନଫରେନସିଂରେ ହୋଇଥିବା ବୈଠକରେ ଶକ୍ତି ସଚିବ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Comments are closed.