ସିମେଣ୍ଟ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡା ହତ୍ୟା ମାମଲାରେ ୨ ଗିରଫ

ବ୍ରହ୍ମପୁର – ଗଞ୍ଜାମ ଜିଲ୍ଲା ହଂସପୁର ସିମେଣ୍ଟ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡା ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି ।

ଛତ୍ରପୁର ପୋଲିସ ଦ୍ବାରା ଗିରଫ ସୋଇଥିବା ଦୁଇଜଣ ହେଲେ ହଂସପୁର ଗାଁର ପଙ୍କଜ ବିଶ୍ବାଳ ଓ ସୀମାଞ୍ଚଳ ବିଶ୍ବାଳ ।

ବ୍ୟବସାୟିକ ଶତୃତାକୁ କେନ୍ଦ୍ର କରି ସେମାନେ କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିବା ନେଇ ସୂଚନା ମିଳିଛି ।

ପୂର୍ବରୁ ଦୁଇ ଥର ହତ୍ୟା ଉଦ୍ୟମ କରି ବିଫଳ ହୋଇଥିଲେ ଅଭିଯୁକ୍ତ ମାନେ। ଗତ ୨୨ ତାରିଖରେ କୃଷ୍ଣଚନ୍ଦ୍ର ପରିଡାଙ୍କୁ ହତ୍ୟା କରାଯାଇଥିଲା। ନ୍ୟାୟ ପ୍ରଦାନରେ ବିଳମ୍ବକୁ ନେଇ ଗତ ୨୫ ତାରିଖରେ କୃଷ୍ଣଚନ୍ଦ୍ରଙ୍କ ଭାବିପତ୍ନୀ ଆତ୍ମହତ୍ୟା କରିଥିଲେ। ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ପୋଲିସକୁ ମାଡ ମାରିବା ସହ ଗାଡି ଭାଙ୍ଗରୁଜ ମଧ୍ୟ କରିଥିଲେ ହଂସପୁର ଗ୍ରାମବାସୀ ।

Comments are closed.