ଦିଲ୍ଲୀରେ ଆଜି ମୁଖ୍ୟମନ୍ତ୍ରୀ-ହାଇକୋର୍ଟ ବିଚାରପତିଙ୍କ ସମ୍ମିଳନୀ: ଯୋଗଦେବେ ନବୀନ

ନୂଆଦିଲ୍ଲୀ – ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କ ସମ୍ମିଳନୀ। ଏଥିରେ ଯୋଗ ଦେବା ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରେ ପହଞ୍ଚିଛନ୍ତି। ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିବେ। ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ତ୍ବରିତ ନ୍ୟାୟ ପ୍ରଦାନ ‌କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଅବଗତ କରିବା ସହିତ ରାଜ୍ୟର କିଛି ଦାବି ଉପସ୍ଥାପନ କରିବେ । ସମ୍ମିଳନୀରେ ଅଧିକାଂଶ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବେ‌ ବୋଲି ଜଣାପଡ଼ିଛି। ଆଗକୁ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଏହି ୫ ଦିନିଆ ଦିଲ୍ଲୀ ଗସ୍ତକୁ ମହତ୍ବପୂର୍ଣ୍ଣ ମନେକରାଯାଉଛି। ଗତମାସରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କରିଥିଲେ । ସେତେବେଳେ ମୁଖ୍ୟମନ୍ତ୍ରୀ ଦଳୀୟ ସାଂସଦଙ୍କୁ ସଂସଦ ଭବନରେ ଥିବା ପାର୍ଟି କାର୍ଯ୍ୟାଳୟରେ ଭେଟିବା ସହ ବିଭିନ୍ନ ଦଳର ସାଂସଦମାନେ ମୁଖ୍ୟମନ୍ତ୍ରୀଙ୍କୁ ସେଣ୍ଟ୍ରାଲ୍‌ ହଲରେ ସାକ୍ଷାତ କରିଥିଲେ।

Comments are closed.