ବାଘ ଛାଲ ବିକ୍ରି ବେଳେ ମାଡି ବସିଲା STF, ଜଣେ ଗିରଫ | News Room Odisha

ବାଘ ଛାଲ ବିକ୍ରି ବେଳେ ମାଡି ବସିଲା STF, ଜଣେ ଗିରଫ

ବଲାଙ୍ଗୀର: STF ଜାଲରେ ବାଘ ଛାଲ ବ୍ୟବସାୟୀ । ସଇଁତଳା ଟିକ୍ରପଡ଼ା ରାସ୍ତାରେ ବାଘଛାଲ ବିକ୍ରି ବେଳେ ମାଡିବସିଲା ଏସଟିଏଫ । କଲରାପତରିଆ ଚିତାବାଘ ଛାଲ ଜବତ ସହ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

ସୂଚନାଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ସଇଁତଳା ଟିକ୍ରପଡ଼ା ରାସ୍ତାରେ ଜଣେ ବ୍ୟକ୍ତି ଏହି ଛାଲ ବିକ୍ରି ପାଇଁ ଯୋଜନା କରୁଥିବା ବେଳେ ଏନେଇ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ ଚଢାଉ କରିଥିଲା । ଏହାପରେ ଅଭିଯୁକ୍ତ ଠାରୁ ଗୋଟିଏ କଲରାପତରିଆ ଚିତା ବାଘର ଚମଡା ଜବତ କରିଥିଲା । ଗିରଫ ଅଭିଯୁକ୍ତ ଜଣକ ଆଦିକାନ୍ତ ଘିୱାଲା ବୋଲି ଜଣାପଡିଛି । ସେହିପରି ସେ ବଲାଙ୍ଗୀର ଦୁକେଲ ଗ୍ରାମର ହୋଇଥିବା ବେଳେ କେବେଠୁ ଓ କେମିତି ଏହି କାରବାର କରିଥିଲା ତାହାର ଏବେ ଖୋଳତାଡ଼ କରୁଛି ବଲାଙ୍ଗୀର ବନ ବିଭାଗ ।