ବାତ୍ୟା ପ୍ରଭାବରେ ୧୦ ତାରିଖ ସନ୍ଧ୍ୟାରୁ ବର୍ଷା , ୧୧ ଉପକୂଳ ଜିଲ୍ଲା ହେଵ ପ୍ରଭାବିତ

ଭୁବନେଶ୍ୱର – ବାତ୍ୟା ‘ଅସାନି’ ପ୍ରଭାବରେ ୧୦ତାରିଖ ସନ୍ଧ୍ୟାରୁ ବର୍ଷା ‌‌ହେବ । ୧୦ତାରିଖ ସନ୍ଧ୍ୟାରୁ ୧୨ ତାରିଖ ସକାଳ ଯାଏଁ ବର୍ଷା ଲାଗି ରହିବ ବୋଲି ସୂଚନା ମିଳିଛି । ବିଶେଷ କରି ୧୧ଟି ଉପକୂଳ ଜିଲ୍ଲାରେ ବାତ୍ୟାର ପ୍ରଭାବ ରହିବ ।

କମ୍ ପବନ ସହ ବର୍ଷା ଅଧିକ ହେବ । ୪ଟି ବନ୍ଦର ପାଇଁ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ପାରାଦୀପ, ଗୋପାଳପୁର, ଚାନ୍ଦବାଲି, ପୁରୀରେ ୧ ନମ୍ବର ବିପଦ ସଙ୍କେତ ଜାରି ହୋଇଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା ହୋଇଛି ।

Comments are closed.