ସମଲେଇ ମନ୍ଦିରରେ ଆରମ୍ଭ ହେଲା ଲାଇଟ ଆଣ୍ଡ ସାଉଣ୍ଡ ସୋ

ସମ୍ବଲପୁର: ଅଧିଷ୍ଠାତ୍ରୀ ଦେବୀ ମା ସମଲେଇ ମନ୍ଦିର ରେ ପୁଣି ଥରେ ଆରମ୍ଭ ହେଲା ଲାଇଟ ଏଣ୍ଡ ସାଉଣ୍ଡ ସୋ । କୋଭିଡ କଟକଣା କାରଣରୁ 11 ସେପ୍ଟେମ୍ବର 2021 ରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦଘାଟନ ପରେ ଏହି ସୋ ମହାମାରୀ କୋଭିଡ କାରଣରୁ ବନ୍ଦ ରହିଥିଲା | ସୋମବାର ଠାରୁ ଆଲୋକ ଏବଂ ଧ୍ଵନି ପ୍ରଦର୍ଶନ ଜନସାଧାରଣ ଙ୍କ ପାଇଁ ଖୋଲା ଯାଇଛି | ଦୁଇ ତିନିଦିନ ଟ୍ରାଇଲ ପରେ ଆଜି ଆରମ୍ଭ କରାଯାଇଛି | ଏହି ସୋ ସୋମବାର ଦିନ ବନ୍ଦ ରହିବ | ସୋ ସମୟ ସନ୍ଧ୍ୟା 7 ଟାରୁ 7.40 ପର୍ଯ୍ୟନ୍ତ ଅର୍ଥାତ 40 ମିନିଟ ରହିବ | ସୋକୁ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଦର୍ଶକ ଉପଭୋଗ କରିପାରିବେ | ଟିକେଟ ଉକ୍ତଦିନ ଅପରାହ୍ନ 5 ଟା ରୁ ମନ୍ଦିର ରେ ଉପଲବ୍ଧ ରହିବ | ସାଧାରଣ ଜନତାଙ୍କ ପାଇଁ 50 ଏବଂ ବରିଷ୍ଠ ନାଗରିକ ଏବଂ ଛାତ୍ରଙ୍କ ପାଇଁ ଟିକେଟ ମୂଲ୍ୟ 30 ଟଙ୍କା ରହିଛି | ଗୋଟିଏ ସୋ ପାଇଁ ଏକ ଥରେ 200 ଜଣ ଦର୍ଶକ ଉପଭୋଗ କରିପାରିବେ | ଗୋଟିଏ ଦିନ ଗୋଟିଏ ସୋ ରହିବ | ଦର୍ଶକଙ୍କ ଡିମାଣ୍ଡ ଦେଖି ଦ୍ୱିତୀୟ ସୋ କରାଯିବ ବୋଲି ଓଟିଡିସି ପକ୍ଷରୁ ପ୍ରକାଶ | ସୋ ପରିସରେ କୌଣସି ପ୍ରକାର ଖାଦ୍ୟ ପଦାର୍ଥ କୁ ବାରଣ କରାଯାଇଛି | ଆଜି ର ସୋ ରେ ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ, ସଦର ଉପଜିଲ୍ଲାପାଳ ମୟୁର ସୂର୍ଯ୍ୟବଂଶୀ ବିକାଶ, ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ପ୍ରମୁଖଉପସ୍ଥିତ ରହି ସୋ କୁ ଉପଭୋଗ କରିଛନ୍ତି |..

Comments are closed.