ଓଡ଼ିଶା ହକିର ନୂଆ ନିର୍ଦ୍ଦେଶକ ହେବେ ଜନ ଡେଭିଡ

ଭୁବନେଶ୍ୱର – ଅଷ୍ଟ୍ରେଲିଆର ଜନ୍ ଡେଭିଡ ଓଡ଼ିଶା ହକିର ନୂଆ ଡାଇରେକ୍ଟର ଭାବେ ନିଯୁକ୍ତ ହୋଇଛନ୍ତି । ଜନ ଡେଭିଡ ଓଡ଼ିଶା ହକିର ବିକାଶ ପାଇଁ କାମ କରିବେ। ଓଡ଼ିଶା ହକିକୁ ଏକ ନୂଆ ସୋପାନରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଓ ଓଡ଼ିଶା ହକି ଆସୋସିଏସନର ମିଳିତ ଉଦ୍ୟମରେ ତାଙ୍କୁ ନିଯୁକ୍ତି ଦିଆଯାଇଛି। ତୃଣମୂଳ ସ୍ତରରେ ହକିର ବିକାଶ ଦାୟିତ୍ଵ ରେ ରହିବେ ଜନ ଡେଭିଡ । ଏହାସହ ଖେଳାଳିଙ୍କ ଫିଟନେସ ଓ ସ୍କିଲ ଉପରେ ମଧ୍ୟ ସେ ଫୋକସ କରିବେ। ଜନ ଡେଭିଡ ପୂର୍ବରୁ ଭାରତୀୟ ହକି ଦଳର ହାଇ ପରଫର୍ମାନ୍ସ ଡ଼ାଇରେକ୍ଟର ଥିଲେ।

Comments are closed.